ଇଣ୍ଟରନେଟରେ ଓଡ଼ିଆ ଏନସାଇକ୍ଲୋପିଡ଼ିଆ “ଉଇକିପିଡ଼ିଆ” ବିକାଶ ପାଇଁ ଏକାଠି ହେଲେ ପୁରୀର ଛାତ୍ରଛାତ୍ରୀ

  • Access to Knowledge

Subhashish Panigrahi

28 May 2016

ସଂସ୍କୃତିର ସହର ପୁରୀରେ ଛାତ୍ରଛାତ୍ରୀମାନେ ଇଣ୍ଟରନେଟରେ ଓଡ଼ିଆ ଭାଷାକୁ ଅଧିକ ବ୍ୟବହାରଯୋଗ୍ୟ କରିବା ପାଇଁ ତଥା ଓଡ଼ିଆରେ ଅଧିକ ପଠନଯୋଗ୍ୟ ଲେଖାର ବିକାଶ ଲାଗି ଓଡ଼ିଆ ଉଇକିପିଡ଼ିଆରେ ସମ୍ପାଦନା କରିବା ଆରମ୍ଭ କରିଛନ୍ତି । ପୁରୀର ୫ଟି ଭିନ୍ନ ଭିନ୍ନ ଶିକ୍ଷାନୁଷ୍ଠାନର ପାଖାପାଖି ୧୨ ଜଣ ଛାତ୍ରଛାତ୍ରୀ ନିୟମିତ ଭେଟି କର୍ମଶାଳା ମାଧ୍ୟମରେ ବିଭିନ୍ନ ବିଷୟରେ ତଥ୍ୟଭିତ୍ତିକ ଲେଖାମାନ ତିଆରି ଓ ସମ୍ପାଦନା କରୁଛନ୍ତି ।

The article that came May 20 on YourStory Odia, is about WikiTungi Puri and highlights a female editor Adyasha Sahu. WikiTungi Puri is a collective of the Odia Wikimedia community members that are based in the city of Puri.


ପୁରୀରେ ଆୟୋଜିତ ଏକ ଉଇକିପିଡ଼ିଆ କର୍ମଶାଳା ପରେ ସେଠାରେ ଆଗରୁ ଗୁଗୁଲ ଡେଭଲପର୍ସ ଗ୍ରୁପରେ ସକ୍ରିୟ ଥିବା ସ୍ୱେଚ୍ଛାସେବୀ କର୍ମୀମାନେ ଉଇକିପିଡ଼ିଆରେ ଯୋଗ ଦେଇ ବିଭିନ୍ନ ବିଷୟରେ ଲେଖିବା ଆରମ୍ଭ କଲେ । କେଇଟା ଦିନ ଭିତରେ ଆଗରୁ ଅବହେଳିତ ବିଭିନ୍ନ ବିଷୟ ଯଥା ମୋବାଇଲ, କମ୍ପ୍ୟୁଟର ଓ ଇଣ୍ଟରନେଟ ସମ୍ବନ୍ଧିତ ଲେଖା, । ଏହି ୧୨ ଜଣିଆ ଦଳରେ ଥିବା ୪ ଜଣ ଝିଅ ଓଡ଼ିଶା ଓ ଓଡ଼ିଶା ବାହାରର ବିଭିନ୍ନ ଜଣାଶୁଣା ନାରୀଙ୍କ ସମ୍ବନ୍ଧରେ ଲେଖାସବୁ ତିଆରିବା ସହିତ ଆଗରୁ ଥିବା ଲେଖାଗୁଡ଼ିକ ଉନ୍ନତ କରିଆସୁଛନ୍ତି । ଏମାନଙ୍କ ଅବଦାନ ଫଳରେ ବିଭିନ୍ନ ଜଣାଅଜଣା ବିଷୟରେ ଉପାଦେୟ ଲେଖାସବୁ ପାଠକମାନଙ୍କ ପାଇଁ ଖୋଲାରେ ଉପଲବ୍ଧ ହେଉଛି । ଆଗକୁ ଛାତ୍ର, ଶିକ୍ଷକମାନେ ବହି ବାହାରେ ଓଡ଼ିଆରେ କିଛି ପଢ଼ିବାକୁ ଚାହିଁଲେ ଏସବୁ ବ୍ୟବହାରରେ ଲାଗିବ ।

ଏମାନଙ୍କ ଭିତରୁ ଜଣେ ଉଇକିଆଳି ଆଦ୍ଯାଶା କହନ୍ତି, “ମୁଁ ପ୍ରଥମେ ଲେଖିବା ଆରମ୍ଭ କଲାବେଳକୁ ରବୀନ୍ଦ୍ରନାଥ ଠାକୁରଙ୍କ ବାବଦରେ ଛୋଟ ଲେଖାଟେ ଥିଲା । ଆଉ ମୋର ତାଙ୍କ ବାବଦରେ ଓଡ଼ିଆରେ କିଛି ପଢ଼ିବା ପାଇଁ ଇଚ୍ଛା ଥିଲେ ବି ଇଣ୍ଟରନେଟରେ କିଛି ଖୋଜି ପାଉଲି ନାହିଁ । ତେଣୁ ନିଜେ ଇଂରାଜୀରୁ ଅନୁବାଦ କରିବା ଆରମ୍ଭ କଲି । ନିକଟରେ ଗୋଟେ ପରୀକ୍ଷାରେ ତାଙ୍କ ବିଷୟରେ ପଡ଼ିଥିଲା ଯେ ମୁଁ ମୋର ନିଜ ଲେଖା ଅନୁଭୂତି କେତେ କାମରେ ଆସିଲା ତାହା ଜାଣିଲି”, ବଖାଣନ୍ତି ଆଦ୍ୟାଶା ।

ଆଉ ଜଣେ ମହିଳା ଉଇକିଆଳି ଅଲିଭା ସାହୁ କହନ୍ତି, “ମୁଁ କାକଟପୁର କଲେଜରେ ପଢ଼ିଲା ବେଳେ ବାଦ୍ୟଯନ୍ତ୍ର ଉପରେ ଲେଖାଟିଏ ଥିଲା । ସେତେବେଳେ ମୁଁ ଓଡ଼ିଆରେ ବିଶେଷ କିଛି ପଢ଼ିବାକୁ ପାଇନଥିଲି । ଏମିତି ଖୋଜୁଖୋଜୁ ଦିନେ ସେ ବାବଦରେ ଲେଖାଟିଏ ପାଇଲି । ଇଂରାଜୀ ଲେଖା ଆଉ ହିନ୍ଦୀ ଲେଖା ଦୁଇଟିରୁ ମିଶାଇ ଓଡ଼ିଆକୁ ଅନୁବାଦ କଲି ।”

ଅନୁବାଦ ହେଉ କି ମୌଳିକ ଭାବେ ହେଉ, ଉଇକିପିଡ଼ିଆରେ ବିଭିନ୍ନ ପ୍ରକାଶିତ ଲେଖାର ଆଧାରରେ ଉଇକିଆଳିମାନେ ତିଆରିଚାଲିଛନ୍ତି ଭଳିକି ଭଳି ନୂଆ ଲେଖା ।


Video


ପୁରୀର ଏହି ଉଇକିଆଳିମାନେ ଏକାଠି ହୋଇ ଗଢ଼ିଛନ୍ତି “ଉଇକିଟୁଙ୍ଗି ପୁରୀ” । ପୁରୀରେ ଯୁବପିଢ଼ିଙ୍କୁ ଉଇକିପିଡ଼ିଆ ସମ୍ପର୍କରେ ଅବଗତ କରାଇବା, ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ କଲେଜରେ ଉଇକିପିଡ଼ିଆର ପ୍ରଚାର ପ୍ରସାର କରାଇବା, ପୁରୀରେ କର୍ମଶାଳା ଓ ମେଳଣ ଅଧିକରୁ ଅଧିକ ଲୋକଙ୍କୁ ଓଡ଼ିଆରେ ଟାଇପ ଶିଖାଇବା ଓ ସେମାନଙ୍କୁ ନିଜ ଅଞ୍ଚଳ ଓ ଆଗ୍ରହର ବିଷୟ ବାବଦରେ ଲେଖିବା ପାଇଁ ଆଗଭର କରାଇବା ଓ ଓଡ଼ିଆ ଢଗଢମାଳି-ଲୋକକଥା ଆଦିକୁ ଗୋଟେ ସ୍ଥାନରେ ଉପଲବ୍ଧ କରାଇବା ପାଇଁ ଉଇକିକଥା ନାମରେ ଆଉ ଏକ ପ୍ରକଳ୍ପର ବିକାଶ କରାଇବା ହେଉଛି ଏହି ଦଳର ମୁଖ୍ୟ ଲକ୍ଷ୍ୟ ।

ବାକି ଭାରତୀୟ ଓ ଏସୀୟ ଭାଷା ଭିତରୁ ଓଡ଼ିଆ ଏକ ପୁରୁଣା ଭାଷା ହୋଇ ସୁଦ୍ଧା ଓଡ଼ିଆର ଇଣ୍ଟରନେଟରେ ବ୍ୟବହାର ଖୁବ ଊଣା । ଯଦିଓ ଓଡ଼ିଶାରେ ନିୟମିତ ପ୍ରକାଶିତ ଓଡ଼ିଆ ଖବରକାଗଜ ଧୀରେ ଧୀରେ ବଢ଼ି ବଢ଼ି ଚାଲିଛି ସେସବୁ ଏଯାବତ ଇଉନିକୋଡ଼ରେ ଉପଲବ୍ଦ ହେଉନଥିବାରୁ ଲେଖାଗୁଡ଼ିକ ଇଣ୍ଟରନେଟରେ ଖୋଜିଲେ ମିଳୁନାହିଁ । ଆଉ ସବୁ କାଗଜର ପୁରୁଣା ଅଭିଲେଖ ଉପଲବ୍ଧ ହେଉନଥିବାରୁ ଜଣେ ଲୋଡ଼ାପଡ଼ିଲେ ଖବରଟେ ଖୋଜି ପାଇପାରିବ ନାହିଁ । ଏ ଦିଗରେ ପ୍ରକାଶନ ସଂସ୍ଥା, ବ୍ୟକ୍ତିବିଶେଷ ଓ ସରକାର ସଭିଏଁ ଚେଷ୍ଟା କଲେ ଯାଇ ଅଧିକରୁ ଅଧିକ ଲେଖା ଇଣ୍ଟରନେଟରେ ଉପଲବ୍ଧ ହୁଅନ୍ତା । ଏଯାଏ ଗୁଗୁଲର ପ୍ରଧାନ ପୃଷ୍ଠାରେ ଯେ ଓଡ଼ିଆ ଆସୁନାହିଁ ବୋଲି ଅନେକେ ମତ ଦିଅନ୍ତି ତା’ର ମୁଖ୍ୟ କାରଣ ହେଲା ଇଣ୍ଟରନେଟରେ ଓଡ଼ିଆ ଲେଖାର ଘୋର ଅଭାବ । ଏ ଦିଗରେ ଅଣଲାଭକାରୀ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ପରିଚାଳିତ ସମୂହ ଉଇକିପିଡ଼ିଆର ଭୂମିକା ଉଲ୍ଲେଖଯୋଗ୍ୟ । ଉଇକିପିଡ଼ିଆ (Wikipedia) ୨୦୦୧ରେ ପ୍ରଥମେ ଇଂରାଜୀରେ ଆରମ୍ଭ ହୋଇ ଧୀରେ ଧୀରେ ବାକି ଭାଷାରେ ଆରମ୍ଭ ହେଲା । ଆନନ୍ଦର ବିଷୟ ଯେ ଓଡ଼ିଆରେ ଉଇକିପିଡ଼ିଆ ୨୦୦୨ ମସିହାରେ ପ୍ରଥମ ଭାରତୀୟ ଭାଷାର ଉଇକିପିଡ଼ିଆ ଭାବେ ଅହମୀୟା, ମାଲାୟାଲାମ ଓ ପଞ୍ଜାବୀ ସହିତ ଗଢ଼ାହେଲା । ଅଧୁନା କେବଳ ଇଂରାଜୀ ନୁହେଁ ୨୮୭ରୁ ଅଧିକ ଭାଷାରେ ଉପଲବ୍ଧ ଏହି ଖୋଲା ଅନଲାଇନ ଏନସାଇକ୍ଲୋପିଡ଼ିଆ । ଅନେକେ ଜାଣି କାବା ହେବେ ଯେ ଓଡ଼ିଆ ଉଇକିପିଡ଼ିଆରେ ଲେଖୁଥିବା ସମ୍ପାଦକ ବା ଉଇକିଆଳିଙ୍କ ସଂଖ୍ୟା ପାଖାପାଖି ୨୫-୩୦ ହେଲେ ହେଁ ଏଥିରେ ଲେଖା ପ୍ରସଙ୍ଗ ସଂଖ୍ୟା ୧୦,୬୦୦ରୁ ଅଧିକ । ପୁରୀର ଉଇକିଆଳିମାନଙ୍କ ଆସିବା ପରେ ଓଡ଼ିଆ ଉଇକିଆଳିଙ୍କ ସଂଖ୍ୟା ପାଖାପାଖି ଦୁଇଗୁଣା ବଢ଼ିଛି ବୋଲି କହିହେବ ।

ଓଡ଼ିଆ ଉଇକିପିଡ଼ିଆରେ ଥିବା ପ୍ରସଙ୍ଗ http://or.wikipedia.org ରେ ପଢ଼ିପାରିବେ । ଏଥିରେ ସଭିଏଁ ଲେଖିପାରିବେ (ଲେଖିବା ବାବଦରେ ଦରକାରୀ ସୂଚନା) ।

ଫଟୋ: ସ୍ନେହାଶିଷ ନାୟକ (CC-BY-SA 4.0)

Related Events

Sorted By Date

Telecom

Judicial Trends: How Courts Applied the Proportionality Test

This is the second in a series of essays aimed at studying the different ways in which apex courts have evaluated national biometric digital ID programs of their countries.

Event

23 March 2024
Read more

Access to Knowledge

Information Disorders & their Regulation

The Indian media and digital sphere, perhaps a crude reflection of the socio-economic realities of the Indian political landscape, presents a unique and challenging setting for studying information disorders.

Event

5 MB
Read more

Digital Cultures

Security of Open Source Software

A Survey of Technical Stakeholders’ Perceptions and Actions

Event

2.5 MB
Read more

Access to Knowledge

Global Accessibility Awareness Day 2017

The Centre for Internet & Society along with Prakat Solutions and Mitra Jyothi is co-hosting the Global Accessibility Awareness Day in Bengaluru on May 18, 2017.

Event

18 May 2017
Read more